ରାଜ୍ୟ ରାଜନୀତିରେ ବିଜେଡିକୁ ନେଇ ଯେଭଳି ଦ୍ଵନ୍ଦ ଚାଲିଛି ତାର ପରିସୀମାପ୍ତି କେବେ ଘଟିବ ତାହାରି ଉପରେ ସମସ୍ତଙ୍କର ନଜର । ବିଜେଡ଼ିର ମଙ୍ଗ କିଏ ଧରିବ । ପାଣ୍ଡିଆନ ପ୍ରତ୍ୟେକ୍ଷ ରାଜନୀତିରୁ ଦୂରେଇ ଥିଲେ ବି ଆଗାମୀ ଦିନରେ ସୁଯୋଗ ତିଆରି ହେଲେ ସେ ଯେ ପୁଣି ପରୋକ୍ଷରେ ବିଜେଡି କଥା ନ ବୁଝିବେ ଏ କଥା କହି ହେବ ନାହିଁ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପାଣ୍ଡିଆନ ବନବାସ ରେ ରହିବାକୁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି । ଆଉ ଚର୍ଚ୍ଚା ହେଉଛି ସେ ନବୀନ ନିବାସରେ ଅଛନ୍ତି । କିନ୍ତୁ ଯଦି ପରିସ୍ଥିତି ଅନୁକୂଳ ନ ହୁଏ ତେବେ ନବୀନ ପାଣ୍ଡିଆନ ଙ୍କୁ ନିଜ ଠାରୁ ସମ୍ପୂର୍ଣ୍ଣ ଦୁରେଇବାକୁ ବାଧ୍ୟ ହେବେ । କାରଣ ରାଜନୀତିରେ ବୋଝକୁ ଅଧିକ ଦିନ ମୁଣ୍ଡାଇ ହୁଏ ନାହିଁ । ଆହୁରି ବି ଚର୍ଚ୍ଚା ହେଉଛି ଆଣ୍ଟି ଇନକମ୍ବେନ୍ସୀ କିଛି ବିପରୀତ ଫଳ ଆଣିବାର ସମ୍ଭାବନା ଥିବାରୁ ନବୀନ ନିଜ ପ୍ରତିଛବିକୁ ସ୍ୱଚ୍ଛ ରଖିବାକୁ ପଣ୍ଡିଆନଙ୍କୁ ଯୋଜନା କରି ସାମ୍ନାକୁ ଛାଡି ଥାଇପାରନ୍ତି । ଏହାପରେ ବିଜେଡିରେ ଗତ ୫ ବର୍ଷରେ ଆଉ ଗୋଟିଏ ବଡ଼ ଚେହେରା ହଉଛି ପ୍ରଣବ ପ୍ରକାଶ ଦାସ । ପଣ୍ଡିଆନଙ୍କ ପାଇଁ ପ୍ରଣବ ଏବେ ବି ସେଫ୍ ଜୋନରେ ଅଛନ୍ତି । କେବଳ କ୍ରୀତଦାସ, ଟ୍ରାଫିକ ମ୍ୟାନ ଭଳି କେତୋଟି ଫ୍ୟାକ୍ଟର ତାଙ୍କ ଚେହେରାକୁ ମଳିନ କରିଥିଲେ ସେ ସବୁ ପାଇଁ ପଣ୍ଡିଆନ ଫ୍ୟାକ୍ଟର ଦାୟୀ ବୋଲି ତାଙ୍କରି ଦଳରେ ଚର୍ଚ୍ଚା ଚାଲିଛି । ତେଣୁ ଏବେ ବି ବବି ଦାସ ବିଜେଡ଼ିର ସାଂଗଠାନିକ ଦାୟିତ୍ଵ ତୁଲାଇବାର ସୁଯୋଗ ରହିଛି । କାରଣ ବବି ଦାସଙ୍କୁ ଛାଡି ଦେଲେ ନବୀନ ଆଉ କାହାକୁ ବିଶ୍ୱାସ କରିପାରିବେ ନାହିଁ । କାରଣ ବବି ଙ୍କ ପରି ନବୀନଙ୍କ ବିଶ୍ୱସ୍ଥ ଆଉ କେହି ହେବା ଭଳି ନଜର ଆସୁନାହାନ୍ତି । ଦଳରେ ଅନେକ ଦକ୍ଷ ଲୋକ ଥିଲେ ବି ନବୀନ ସେ ଦକ୍ଷ ଲୋକଙ୍କୁ ଦାୟିତ୍ଵ ଦେଇ ନିଜ କ୍ଷମତା କୁ ରିସ୍କ୍ ସ୍ଥାନକୁ ପଠାଇବେ ନାହିଁ । ବରଂ ତା ଅପେକ୍ଷା ଯାହା ଙ୍କୁ ସେ ବହୁ ବାର ପରଖି ସାରି ନିଜର ବିଶ୍ୱସ୍ତ କରି ସାରିଛନ୍ତି ସେମାନଙ୍କୁ ନେଇ ଏକ ନେଗେଟିଭ ହାୱା ଦଳ ଭିତରେ ଥିଲେ ବି ତାହା ଧୀରେ ଧୀରେ ଦୁର୍ବଳ ହେଲାଣି । ଆଉ ଏହି ହାୱା ଆଉ ଟିକେ ଦୁର୍ବଳ ହେବା ପରେ ହୁଏତ ନବୀନ ସେମାନଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରି ରିସ୍କ ନେବାକୁ ପସନ୍ଦ କରିବେ । ତେଣୁ ବର୍ତମାନର ରାଜନୈତିକ ପରିସ୍ଥିତିରେ ନବୀନଙ୍କ ପାଇଁ ଏକ ମାତ୍ର ବିକଳ୍ପ ବବି ଦାସ ଥିବା ଚର୍ଚ୍ଚା ହଉଛି । ବିଜେଡି ୨୦୨୪ରେ ପରାଜୟ ବରଣ କରି ଯେଉଁ ପରିସ୍ଥିତି ରେ ଅଛି ଯଦି ଏବେ ନବୀନ ରୀସ୍କ ନ ନେବେ ତେବେ ଆଗକୁ ଦଳ ଆହୁରି ଅଡ଼ୁଆରେ ପଡିପାରେ । ତେଣୁ ଚର୍ଚ୍ଚା ହଉଛି ଖୁବ୍ ଶୀଘ୍ର ନବୀନ ବବି ଦାସଙ୍କ ଉପରେ ଧୀରେ ଧୀରେ ଅଳ୍ପ ଦାୟିତ୍ଵ ନ୍ୟସ୍ତ କରି ଏକ ରୀକ୍ସ ନେବେ। ଯଦି ଏହା କାମ କରେ ତେବେ ପୂର୍ବବତ୍ ସବୁ କିଛି ଚାଲିବ ନଚେତ୍ ନୂଆ ନେତୃତ୍ୱ ଖୋଜିବେ ନବୀନ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ବବିଙ୍କୁ ନେଇ ନବୀନ ରିଷ୍କ୍ ନେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

