ରାଜଧାନୀରେ ମୋଦିଙ୍କ ରୋଡ ସୋ ସମେତ କନ୍ଧମାଳ, ବଲାଙ୍ଗୀର ଓ ବରଗଡରେ ବିଜେପି ଯେଉଁ ନିର୍ବାଚନୀ ସଭା କଲା ସେ ନିର୍ବାଚନୀ ସଭାରେ ବିଜେପି ଭୋଟର ନିରୁତ୍ସାହିତ ହୋଇଥିବା ଚର୍ଚ୍ଚା ହେଉଛି । ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଓଡ଼ିଶାରେ ଯେଉଁ ଟ୍ରେଣ୍ଡ ଚାଲିଥିଲା ବିଶେଷ କରି ଅପରାଜିତାଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେ ଚର୍ଚ୍ଚାରେ ନିଜେ ମୋଦି ପାଣି ଢ଼ାଳି ଦେଇ ଚାଲିଗଲେ । ମୋଦି ବଲାଙ୍ଗୀର ସଭାରେ କହିଲେ ଓଡ଼ିଶାରେ ଜନ୍ମ ହୋଇଥିବା ବ୍ୟକ୍ତିକୁ ବିଜେପି ସରକାର କଲେ ମୁଖ୍ୟମନ୍ତ୍ରୀ କରିବ । ତେଣୁ ଅଣଓଡ଼ିଆ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ହେବାର ନାହିଁ । ଯଦିଓ ତାଙ୍କର ଏହି ଉକ୍ତି ଓଡ଼ିଆ ଅସ୍ମିତାକୁ ବଳ ଦେଇଛି କିନ୍ତୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ ନେଇ ରାଜ୍ୟରେ ଦ୍ୱନ୍ଦ ତିଆରି ହୋଇଛି । ବିଜେପି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରିପାରବା ଦଳୀୟ ନେତାଙ୍କ ଭିତରେ ଇର୍ଷାକୁ ପଦାରେ ପକାଇଚାଲିଛି । ଅନ୍ୟପଟେ କଂଟାବାଞ୍ôଝରେ ନିଜେ ନବୀନ ପଟ୍ଟନାୟକ ଲଢ଼ୁଥିବାରୁ ମୋଦି ବଲାଙ୍ଗୀର ସଭାରେ ସିଧା ସିଧା ନବୀନ ବାବୁଙ୍କୁ ଟାର୍ଗେଟ କରିଛନ୍ତି । ମୋଦି ତାଙ୍କ ଭାଷଣରେ ଲୋକଙ୍କୁ କହିଲେ ଯଦି କଂଟାବାଞ୍ôଝ ଭୋଟର ନବୀନ ବାବୁଙ୍କ ସହ ଭେଟ ପାଆନ୍ତି ତେବେ ତାଙ୍କୁ ୧୦ଟି ଗାଁର ନାଁ ବିନା ଲେଖାରେ କହିବାକୁ ପଚାରିବେ । ଏଭଳି କହି ସେ କଂଟାବାଞ୍ôଝରେ ନବୀନଙ୍କୁ କଡା ଟାର୍ଗେଟ କରିଛନ୍ତି । କିନ୍ତୁ ଯେତେ ଯାହା କଲେ ବି କଂଟାବାଞ୍ôଝ ସିଟ୍ ଯେ ବିଜେପି ହାତକୁ ଯିବ ଏହା ନିଶ୍ଚିତ ନୁହେଁ । କାହିଁକି ନା ବିଜେପି ଓଡ଼ିଶାରେ ୨୦୨୪ରେ ଯେଉଁ କେତୋଟି ସ୍ଥାନରେ ନିଶ୍ଚିତ ବିଜୟୀ ହେବ ବୋଲି ଟାର୍ଗେଟ କରିଥିଲା ତା ଭିତରେ କଂଟାବାଞ୍ôଝ ଥିଲା । କିନ୍ତୁ ନବୀନ ପଟ୍ଟନାୟକ ନିଜେ ସେଠାରେ ବିଧାୟକ ପ୍ରାର୍ଥୀ ହେବା ପରେ ବିଜେପିର ଏହି ଆଶା ଆଶାରେ ରହିଯିବା ପରି ଲାଗୁଛି । କେବଳ ଯେ ବିଜେପିକୁ ହଟାଇବାକୁ ନବୀନ ପ୍ରାର୍ଥୀ ହୋଇଛନ୍ତି ତା ବି ନୁହେଁ । ବିଜେଡି ସରକାରକୁ ବାରମ୍ବାର ଶାଣିତ ଆକ୍ରମଣ କରୁଥିବା ସନ୍ତୋଷ ସିଂ ସାଲୁଜାଙ୍କୁ ବିଧାନସଭାରୁ ଦୂରେଇ ରଖିବାକୁ ନବୀନଙ୍କ ପ୍ରାର୍ଥୀତ୍ୱ ବେଶ୍ ସହାୟକ ହେବ । ତେଣୁ କଂଟାବାଞ୍ଝୀରେ ନବୀନ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଯାଉଛନ୍ତି । ଛତିଶଗଡକୁ ଲାଗିଥିବା ଏହି ବିଧାନସଭା କ୍ଷେତ୍ର ବିଜେପି ବିରୁଦ୍ଧରେ ଭାଷଣବାଜି କରିବାକୁ ବିଜେଡିକୁ ବେଶ୍ ସହାୟକ ହେବ । ଗତ ୨୦୧୯ ନିର୍ବାଚନରେ ବିଜେପିର ଲକ୍ଷ୍ମଣ ବାଗ୍ ମାତ୍ର ୧୨୮ଖଣ୍ଡ ଭୋଟରେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜାଠାରୁ ପରାଜିତ ହୋଇଥିଲେ । ବିଜେଡି ତୃତୀୟ ସ୍ଥାନରେ ଥିଲେ ବି ମାତ୍ର ୫% ଭୋଟରେ ପଛୁଆ ଥିଲା । ତେଣୁ ନବୀନଙ୍କ ପ୍ରାର୍ଥୀତ୍ୱ ପରେ ଏ ଗଣିତ ନିଶ୍ଚିତ ରୂପେ ପରିବର୍ତନ ହୋଇଯିବାର ସମ୍ଭାବନା ରହିବ । ନବୀନ କଂଟାବାଞ୍ôଝରୁ ନିର୍ବାଚନ ଲଢ଼ି ଉଭୟ ବିଜେପି ଓ କଂଗ୍ରେସକୁ ଧରାଶାୟୀ କରିବେ ବୋଲି ଚର୍ଚ୍ଚା ହେଉଛି । ଏହାସିହତ ନବୀନଙ୍କ ପ୍ରାର୍ଥୀତ୍ୱ ପଶ୍ଚିମ ଓଡ଼ିଶାରେ ଲୋକସଭା ସିଟ୍ରେ ବିଜେପିକୁ ଶକ୍ତ ଧକ୍କା ଦେବାରେ ବି ସହାୟକ ହୋଇପାରେ ।

