ମେଣ୍ଟ ହେଲେ କଣ ହେବ !

Share

ଯଦି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଘୋଷଣା ହୋଇଯାଏ ତେବେ ରାଜନୀତିର ଫର୍ଦ୍ଦ ସବୁ ଉଲଟପାଲଟ ହୋଇଯିବ । କିନ୍ତୁ ମେଣ୍ଟ ହେବାର ଆଶଙ୍କା ବଢ଼ିଯିବା ପରେ ଅନେକ ବିଜେଡି ନେତା ନିର୍ବାଚନ ମଣ୍ଡଳୀର ତୃଣମୂଳ ନେତାଙ୍କୁ ଡାକି ଘନ ଘନ ବୈଠକ ଆରମ୍ଭ କରିଦେଲେଣି । ଏଇ ଯେମିତି ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ ବର୍ତ୍ତମାନ ପଞ୍ଚାୟତ ନେତାଙ୍କ ସହ ଆଲୋଚନା ପର୍ଯ୍ୟଲୋଚନା ଆରମ୍ଭ କରିଛନ୍ତି । କାହିଁକି ନା କିଛି ଦିନ ହେବ ଚର୍ଚ୍ଚା ହେଉଥିଲା ଚାନ୍ଦବାଲିର 70 ରୁ 80 ପ୍ରତିଶତ ବିଜେଡି ଲୋକ ଭିତିରିଆ ବିଧାୟକଙ୍କୁ ବିରୋଧ କରୁଛନ୍ତି । ଯଦି ଏହି ଚର୍ଚ୍ଚା ବଢେ ତେବେ ବ୍ୟୋମକେଶଙ୍କ ପାଇଁ ଅଡ଼ୁଆ ବଢିପାରେ । ଏହିଭଳି ସ୍ଥିତି ଏବେ ପୁରା ଭଦ୍ରକ ଜିଲ୍ଲାରେ ଦେଖଦେଲାନି । ତେବେ ମେଣ୍ଟ ହେଲେ ଭଦ୍ରକ ରାଜନୀତି କଣ ହେବ ?ବିଜେଡ଼ିର ବରିଷ୍ଠ ନେତା ପ୍ରଫୁଲ୍ଲ ଓ ତାଙ୍କ ପୁଅ ଲୁଲୁଙ୍କୁ ଉପରେ ଇଡି ରେଡ ପଛରେ କୌଣସି ବିଜେପି ନେତାଙ୍କ ହାତ ଅଛି କି ? ସେହି ବିଜେପି ନେତା ଭଣ୍ଡାରିପୋଖରୀରୁ ଛିଡ଼ା ହେବାକୁ ଚାହୁଁ ଛନ୍ତି କି ? ସେ ବିଜେପି ନେତା କିଏ ହୋଇଥାଇ ପାରନ୍ତି ।ସେପଟେ ବିଜେଡିରୁ ତଡା ଖାଇ ବିଜେପିରେ ମିଶିଥିବା ରାଜୁ ଦାସଙ୍କ ରାଜନୈତିକ କ୍ୟାରିଅର କଣ ହେବ ।ନରେନ ପଳେଇ କଂଗ୍ରେସ ଛାଡି ଭୁଲ କଲେ କି ? ଆଉ କଣ ଅସିତ୍ ପଟ୍ଟନାୟକ ବିଜେଡିକୁ ଧମକାଇ ପାରିବେ । ଅସିତ କଂଗ୍ରେସକୁ ସହଯୋଗ କରିବେ ନା ନିଜେ କଂଗ୍ରେସରୁ ଛିଡ଼ା ହେବେ ।ଧାମନଗରର ଡାକ୍ତର ସଞ୍ଜୟ ଦାସ ବିଜେଡି ପାଇଁ ଯେଉଁ ପରିଶ୍ରମ କରିଛନ୍ତି ତାହାର ଫଳ ସେ କେମିତି ପାଇବେ ।ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ସଞ୍ଜୟ ଦାସଙ୍କୁ ବିଜେଡ଼ିର ପ୍ରାର୍ଥୀ ବୋଲି ଏକ ସଭାରେ ଘୋଷଣା କରି ଦେଇଥିଲେ । ତାହାକୁ ନେଇ ଚର୍ଚ୍ଚା କେଉଁ ଆଡେ ଯିବ ।ଭଦ୍ରକ ନିର୍ବାଚନୀ ମଣ୍ଡଳୀରୁ ଟିକେଟ ପାଇଁ ଆଶାୟୀ ଥିବା ନୂଆ ମୁହଁ ମାନେ କରିବେ କଣ ?ଜାତୀୟ ସ୍ତରରେ ସାମ୍ବାଦିକତା ଛାଡ଼ି ସାଇ ମହାପାତ୍ର ଭଦ୍ରକରେ ଖେଳକୁ ପ୍ରମୋଟ କରିବେ ନା ପୁଣି ସାମ୍ବାଦିକତା କରିବାକୁ ପଳାଇବେ ।ଅମିତ୍ ମଲ୍ଲିକଙ୍କ ବିଧାୟକ ହେବା ସ୍ବପ୍ନ ସ୍ବପ୍ନରେ ରହିଯିବ ନି ତ?ଭଦ୍ରକର ସିତାଂଶୁ ଶେଖର ମହାପାତ୍ରଙ୍କର କ୍ଷମତା ପାଇବାର ସ୍ବପ୍ନ କେବେ ପୁରା ହେବ ।ସେପଟେ ଯଦି ମେଣ୍ଟ ହୁଏ ତେବେବାସୁଦେବପୁରରୁ ବିଷ୍ଣୁବ୍ରତଚାନ୍ଦବାଲିରୁ ବ୍ୟୋମକେଶଧାମନଗରରୁ ସୂର୍ଯ୍ୟବଂଶୀ ସୁରଜଭଣ୍ଡାରିପୋଖରୀରୁ ମନମୋହନ ସାମଲଭଦ୍ରକ ରୁ ସଞ୍ଜୀବ ମଲ୍ଲିକ ପ୍ରାର୍ଥୀ ହେବା ନିଶ୍ଚିତସେହିପରି ମେଣ୍ଟ ପ୍ରାର୍ଥୀ ଭାବେ ଅଭିମନ୍ୟୁ ସେଠି ସାଂସଦ ପ୍ରାର୍ଥୀ ହେବେ । ତେବେ ଏହି ୫ଟି ବିଧାନସଭା ଓ ସାଂସଦ ପ୍ରାର୍ଥୀ ଭାବେ କଂଗ୍ରେସ କାହାକୁ ଛିଡ଼ା କରିବ। ଏହା ଉପରେ ସମସ୍ତଙ୍କ ନଜର ।