ପଣ୍ଡିଆନ ଗୁଜରାଟୀ ହୋଇଥିଲେ କଣ ବିଜେପି ତାଙ୍କୁ ଏଭଳି କଟାକ୍ଷ କରିଥାନ୍ତା

Share

ଯଦି କାର୍ତ୍ତିକେୟନ ପାଣ୍ଡିଆନ ଗୁଜରାଟୀ ହୋଇଥାନ୍ତେ କଣ ବିଜେପି ନେତାଏ ତାଙ୍କୁ ଗୁଜରାଟୀ କହି ଟାର୍ଗେଟ କରିଥାନ୍ତେ । ତାମିଲ ଶାସନର ଆଖ୍ୟା ଦେଇ ବିଜେପି ଯେଭଳି ଭାବେ ଓଡ଼ିଶାରେ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛି କଣ ତାହା ବିଜେପି ଦଳର ନୀତି ଆଦର୍ଶର ପରିପନ୍ଥୀ ନୁହଁ । ଅଖଣ୍ଡ ଭାରତର ସ୍ବପ୍ନ ଦେଖୁଥିବା ଦଳ ତଥା ରାଷ୍ଟ୍ରବାଦର କଥା କହୁଥିବା ବିଜେପି ସେହି ଭାରତର ଜଣେ ବ୍ୟକ୍ତିକୁ ନେଇ ଏକ ରାଜ୍ୟରେ ଅସୂୟା ଭାବ ସୃଷ୍ଟି କରିବା କେତେ ଦୂର ଯଥାର୍ଥ। ସେହିପରି ବିଜେଡ଼ିର ରାଜ୍ୟ ସାଂଗଠାନିକ ସମ୍ପାଦକ ବବି ଦାସ ବା ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ବିଜେପି ଯେଭଳି ଭାବେ କଟାକ୍ଷ କରୁଛି ତାହାକୁ ନେଇ ବି ସାଧାରଣ ଲୋକ ପ୍ରଶ୍ନ କଲେଣି । ପୁରା ବିଜେପି ଦଳ ଜଣିଏ ଲୋକ ନାଁରେ ନିର୍ବାଚନ ଲଢ଼ୁଥିବା ବେଳେ ସମାନ କଥା ଓଡ଼ିଶାରେ ହେଲେ ଅସୁବିଧା କଣ ? ବିଜେପିର ସମସ୍ତ ନେତା ମୋଦି ଓ ଅମିତ୍ ଶହଙ୍କ ଇସରରେ ନାଚୁ ନାହାନ୍ତି କି ? ଯିଏ ଭଲ ରାଜନୀତି ପରିଚାଳନା କରିପାରିଲା ତାଙ୍କ ସହ ମିଶି କାମ କରିବାରେ ଅସୁବିଧା କଣ ? ଯାହା ବିଜେପିରେ ହଉଛି ସେହି କଥା ଅନ୍ୟ ଦଳରେ ହେଲେ ବିଜେପିକୁ ଅଡ଼ୁଆ କାହିଁକି ହଉଛି । ଏସବୁ ପ୍ରଶ୍ନ ଏବେ ପୁରା ରାଜ୍ୟ ବାସୀଙ୍କୁ ବ୍ୟଥିତ କଲାଣି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦୁଇଟି ହାତ ଭଳି କାମ କରୁଛନ୍ତି ପଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ । ଜଣେ ସାଂଗଠାନିକ ସମ୍ପାଦକ ଭାବେ ପ୍ରଣବ ପ୍ରକାଶ ଦାସ ରାଜ୍ୟର ସ୍ବାର୍ଥ ପାଇଁ ଯାହା ବି କିଛି କରୁଛନ୍ତି ତାକୁ ବିଜେପି ଦେଖି ଅସହ୍ୟ ହଉଛି । ରାଜନୀତିକ ପରିଚାଳନା ପାଇଁ ଯଦି ନବୀନ ପଟ୍ଟନାୟକ କାହାକୁ ଭରସା କରୁଛନ୍ତି ତାଙ୍କୁ ଦଳର ଅନ୍ୟ ସମସ୍ତେ ମାନିବାରେ ଅସୁବିଧା କଣ ? ନିକଟରେ ପ୍ରଣବ ପ୍ରକାଶ ଦାସ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ ନିଜର ଜୀବନ ଶୈଳୀ ବିଷୟରେ ଯାହା ବି କିଛି କହିଲେ ତାହା ସ୍ପଷ୍ଟ କରୁଛି ପ୍ରଣବ ଜଣେ ଅତି ସାଧାରଣ ଲୋକ ପରି ଜୀବନ ଯାପନ କରନ୍ତି । ବିଶେଷକରି ତାଙ୍କର ଏ ବ୍ୟସ୍ତ ବହୁଳ ଜୀବନ ଭିତରେ ସେ କିପରି ଓଡ଼ିଆ ଖାଦ୍ୟକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି କହିବା ପରେ ଏହା ସ୍ପଷ୍ଟ ହୋଇଛି ଓଡ଼ିଆ ଅସ୍ମିତାକୁ ନେଇ ସେ ବେଶ୍ ଯତ୍ନବାନ । ଏପରିକି ତାଙ୍କ ବାପାଙ୍କ ନୀତି ଆଦର୍ଶରେ ଆଗକୁ ଚାଲିବା ଓ ରାଜ୍ୟର ସ୍ବାର୍ଥ ପାଇଁ କୌଣସି ସମାଲୋଚନା କୁ ଭ୍ରୁକ୍ଷେପ ନ କରି ଆଗକୁ ବଢିବା ନିଶ୍ଚିତ କରିଛି ଯେ ସେ କେବଳ ରାଜ୍ୟର ସ୍ବାର୍ଥ ପାଇଁ କାମ କରୁଛନ୍ତି । ରାଜ୍ୟର ସ୍ବାର୍ଥ ପାଇଁ ସେ ନିଜକୁ ବଳି ଦେବାର ଯେ କୁଣ୍ଠା ବୋଧ କରନ୍ତି ନାହିଁ ତାହା ତାଙ୍କ ରାଜନୈତିକ ଜୀବନ ଶୈଳୀରୁ ସ୍ପଷ୍ଟ ହୋଇଛି । ତେଣୁ ଗୋଟିଏ ଭାରତରେ ଗୋଟିଏ ସମ୍ବିଧାନ ତଳେ ରହୁଥିବା ପ୍ରତ୍ୟେକ ନାଗରିକଙ୍କୁ ଆଞ୍ଚଳିକବାଦରେ ଛନ୍ଦି ରାଜନୈତିକ ଫାଇଦା ମାରିବାକୁ ଚେଷ୍ଟା କରୁଥିବା ବିଜେପିକୁ ଆଗାମୀ ଦିନରେ ସମ୍ବଲପୁରରେ ପ୍ରଣବ କଡା ଜବାବ ଦେବେ ବୋଲି ଚର୍ଚ୍ଚା ହେଉଛି । ତେବେ ନିର୍ବାଚନ ଫଳ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।