ମନମୋହନ କହିଲେ କି ? ବିଜେଡି ଭଳି ଶେଷଆଡକୁ ବିଜେପିର ବି ବିପର୍ଯ୍ୟୟ ହେବ

Share

ଦିନେ ପଂଚାୟତର ସରପଂଚ ମାନଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ଦାୟିତ୍ୱ ଦେଇଥିଲେ । ଆଉ ଏହି ଜିଲ୍ଲାପାଳ ଦାୟିତ୍ୱ ମିଳିବା ପରେ କୋଭିଡ ମହାମାରୀ ସମୟରେ ସରପଂଚମାନେ କିଭଳି ଜିଲ୍ଲାପାଳର ଭୂମିକା ନିଭାଇଥିଲେ ତାହା ତ ଆପଣମାନେ ଜାଣିଛନ୍ତି । ସେମିତି ଏକ କଥା ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଥିବା ବିଜେପିର ସମ୍ବର୍ଦ୍ଧନା ସଭାରେ ଦେଖିବାକୁ ମିଳିଲା । ବିଜେପି ସଭାପତି ମନମୋହନ ସାମଲ ନିଜର ସମସ୍ତ କାର୍ଯ୍ୟକର୍ତାଙ୍କୁ ସରକାରଙ୍କ ଚେହେରା ବୋଲି କହିଲେ । ଓଡ଼ିଶା ବିଜେପି ସରକାର କହିଲେ ବିଜେପି ଏମଏଲଏ, ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ନୁହେଁ ପ୍ରତ୍ୟେକଟି ବିଜେପି କାର୍ଯ୍ରକର୍ତା ହେଉଛନ୍ତି ସରକାର । ଏମିତି କିଛି ଦାୟିତ୍ୱ ଯେତେବେଳେ ମନମୋହନ ସାମଲ ବିଜେପି କାର୍ଯ୍ୟକର୍ତାଙ୍କ ଉଦ୍ଦେଶ୍ୟରେ ନ୍ୟସ୍ତ କରୁଥିଲେ ସେତେବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମଣ୍ଡଳ ସଭାପତିଙ୍କ ଠାରୁ ଆରମ୍ଭ କରି ତୃଣମୂଳସ୍ତରର ସମସ୍ତ ବିଜେପି କାର୍ଯ୍ୟକର୍ତା ନିଜକୁ କୃତକୃତ୍ୟ ମନେ କରୁଥିବା ଦେଖାଯାଇଥିଲା । ବିଜେପି ରାଜ୍ୟ ସଭାପତିଙ୍କ ଏଭଳି ଉକ୍ତି ନିଶ୍ଚିତ ଭାବରେ ତାଙ୍କୁ ଜଣେ ମହାନ ନେତା ଭାବରେ ସମସ୍ତଙ୍କ ନିକଟରେ ପ୍ରତିପାଦିତ କରିଛି । ଏଭଳି କୃତଜ୍ଞତା ପାଇଁ ନିଶ୍ଚିତ ବିଜେପି ନେତା ମନମୋହନ ସାମଲ ପ୍ରଶଂସାର ପାତ୍ର । ତାସହିତ ବିଜେପି ଯେଉଁ ସମ୍ବର୍ଦ୍ଧନା ସଭା କରି ନିଜ କର୍ମକର୍ତାଙ୍କୁ ବିଜୟର ଉଲ୍ଲାସ ମନାଇବାକୁ ସଭା କରିଛି ତାହା ନିଶ୍ଚିତଭାବେ ଏକ ବଡ଼ ପଦକ୍ଷେପ ଥିଲା । ରାଜ୍ୟ ବିଜେପି ସଭାପତି ଯେଭଳି ଓଡ଼ିଶାର ପ୍ରତ୍ୟେକ ସ୍ତରର ଲୋକଙ୍କୁ ଧନ୍ୟବାଦ ଦେଲେ ଆଉ ଏଭଳି କୃତଜ୍ଞତା ପାଇଁ ଓଡ଼ିଶା ବିଜେପି ଉତରୋତର ଯେ ନିଶ୍ଚିତ ଉଜ୍ୱଳ ତାହା ଜଳ ଜଳ ଦେଖାଯାଉଛି । ଏପରିକିି ବିଜେପି ସଭାପତି ମନମୋହନ ସାମଲ କହିଲେ ପ୍ରତ୍ୟେକଟି କାର୍ଯ୍ୟକର୍ତା ନିର୍ବାଚନରେ ଯେପରି ସହଯୋଗ କଲେ ଯଦି ସରକର ଚଳାଇବାରେ ସେମିତି ସହଯୋଗ କରନ୍ତି ତେବେ ନିଶ୍ଚିତ ଭାବେ ଏ ସରକାର ଆଗାମୀ ୨୫ରୁ ୩୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ପାଇଁ କାମ କରିବ । ମନମୋହନ ସାମଲଙ୍କ ଏସବୁ ବକ୍ତବ୍ୟ ଅନ୍ୟମାନଙ୍କୁ ଯେତେ ଆମୋଦିତ ଓ ଗର୍ବିତ କରୁଥିଲା ସେତିକି ଚିନ୍ତିତ ମଧ୍ୟ କରୁଥିଲା । କାହିଁକି ନା ରାଜ୍ୟ ବିଜେପିର ମଙ୍ଗକୁ ଏକାକୀ ଆଗେଇ ନେବା ପାଇଁ ମନମୋହନ ମେଂଟ ବିରୁଦ୍ଧରେ ଯେଭଳି ଅଡି ବସିଥିଲେ ଆଉ ତାର ପରିଣାମ ସଦୃଶ ଆଜି ଅବିଶ୍ୱସନୀୟ ଭାବେ ବିଜେପି ସରକାର ଆସିଥିଲେ ବି ମନମୋହନଙ୍କ ଦଳ ତରଫରୁ ଅଦ୍ୟାବିଧି ସେମିତି କିଛି ଆଖିଦୃଶିଆ ପୁରସ୍କୃତ କରାଯାଇନାହିଁ । ଜଣେ ବିଜେପି କାର୍ଯ୍ୟକର୍ତା ନିର୍ବାଚନ ପରିଚାଳନା ଯାହା ବି କିଛି ଗୁରୁଦାୟିତ୍ୱ ସେ ନେଇଥିଲେ, ବିଜୟ ପରେ ସରକାରରେ ସେମିତି କିଛି ଗୁରୁଦାୟିତ୍ୱ ତାଙ୍କୁ ମିଳି ନାହିଁ । ଏହି ଗୋଟିଏ ସମୀକରଣ ବିଜେପିର ସମସ୍ତ କାର୍ଯ୍ୟକର୍ତାଙ୍କୁ ଚିନ୍ତିତ କରିଛି ବୋଲି ଚର୍ଚ୍ଚା ହେଉଛି । ଯଦି ଏତେସବୁ କରିବା ପରେ ମନମୋହନଙ୍କୁ ସରକାର ଭିତରେ ଗୁରୁଦାୟିତ୍ୱ ମିଳିଲା ନାହିଁ ତେବେ ଆଗାମୀ ଦିନରେ ତାଙ୍କ ଭଳି ଖôଟଥିବା କାର୍ଯ୍ୟକର୍ତାଙ୍କୁ କି ପ୍ରକାର ଗୁରୁଦାୟିତ୍ୱ ମିଳିବ । ଯେଉଁ ମନମୋହନ ନିଜ କାର୍ଯ୍ୟକର୍ତାଙ୍କୁ ସରକାରର ଚେହେରା ହେବାକୁ କହିଲେ ସେହି ସରକାରରେ ମନମୋହନ କେଉଁ ଚେହେରାରେ ଅଛନ୍ତି । ଏମିତି କିଛି ଚର୍ଚ୍ଚା ଏବେ ବିଜେପି ଭିତରେ ଅନେକକୁ ଆନ୍ଦୋଳିତ କରୁଛି ବୋଲି ସଭା ଶେଷରେ ଆଲୋଚନା ହେଉଥିଲା । ସେହିପରି ମନମୋହନ ଗୋଟିଏ ପ୍ରକାର ପୂର୍ବାଭାଷ କରିଦେଇଗଲେ ଯେ ଓଡ଼ିଶାରେ ନବୀନଙ୍କ କାର୍ଯ୍ୟକାଳଠାରୁ କମ୍ ଦିନ ବିଜେପି ସରକାରର କାର୍ଯ୍ୟକାଳ ରହିବ । ମାତ୍ର ୨୫ ବର୍ଷର ଟାର୍ଗେଟ କଥା କହି ବିଜେପି ସରକାରର ସ୍ଥାୟିତ୍ୱ ଉପରେ କାର୍ଯ୍ୟକର୍ତାଙ୍କ ମନରେ ଏକ ପ୍ରଶ୍ନ ଛାଡିଦେଇଗଲେ ମନମୋହନ । ତେଣୁ କାର୍ଯ୍ୟକର୍ତାଙ୍କ ମନମଧ୍ୟରେ ଗୋଟିଏ କଥା ଆନ୍ଦୋଳିତ ହେଉଛି ଯେ ବିଜେଡି ଭଳି ଶେଷ ଆଡକୁ ବିଜେପିର ବିପର୍ଯ୍ୟୟ ବିଜେଡି ଭଳି ହେବା ନେଇ ମନମୋହନ ଆଶଙ୍କା କରୁଛନ୍ତି କି ? ୩୦ ତାରିଖ ଦିନ ବିଜେପିର ଏହି ସମ୍ବର୍ଦ୍ଧନା ସଭାରେ ମନମୋହନଙ୍କ ଭାଷଣରେ ଅନେକ କିଛି ସସ୍‌ପେନ୍ସ ଭରରହିଥିଲା ବୋଲି ଚର୍ଚ୍ଚା ହେଉଛି । ତେବେ ଆଗାମୀ ଦିନରେ ବିଜେପି ସରକାର କେମିତି ଚାଲୁଛି ତାହାରି ଉପରେ ସମସ୍ତଙ୍କ ନଜର ରହିବ ।