ଚର୍ଚା ଚାଲିଛି ବିଜେଡି ପୁଣି ବିପର୍ଯ୍ୟୟ ମୁଖା। କଣ ବିନାଶ ବେଳେ ବିଜେଡିକୁ ବିପରୀତ ବୁଦ୍ଧି ଦେଖାଯାଉଛି । ଆହୁରି ବି ଚର୍ଚ୍ଚା ହଉଛି ବିଜେଡିରେ ଆଉ ବବି ଦାସଙ୍କୁ ସ୍ଥାନ ମିଳିବ ନାହିଁ । ଏହା କେବଳ ବିରୋଧୀଙ୍କ ବୟାନ ନା ୟା ପଛରେ କିଛି ସତ୍ୟତା ଅଛି । ସଂତୃପ୍ତ ମିଶ୍ରଙ୍କୁ ଆଗରେ ରଖି କଣ ପଣ୍ଡିଆନ ପୁଣି ରାଜନୀତି କରିବେ । ନା ଏହା ପଛରେ ଆଉ କିଛି ରହସ୍ୟ ଅଛି । ନମସ୍କାର ମୁଁ ସତ୍ୟବ୍ରତ । ମୋ ସହ ଆପଣ ଦେଖୁଛନ୍ତି ତର୍ଜମା ।ରଥ ଯାତ୍ରା ରୁ ବିଜେଡିର ନବ କଳେବର ହୋଇଛି ।ରାଜ୍ୟ ସ୍ତରୀୟ ପଦବୀରେ ଥିବା ସମସ୍ତ ନେତାଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ହଟାଇ ଦେଇଛନ୍ତି ।ଏହା ସହ ନୂତନ ଭାବେ ଏକ ପଦବୀ ସୃଷ୍ଟି କରାଯାଇଛି ତାହା ହେଉଛି ନବୀନ ପଟ୍ଟନାୟକଙ୍କ ପଲିଟିକାଲ ସେକ୍ରେଟାରୀ । ଆଉ ଏ ପଦବୀ ଦିଆଯାଇଛି ସଂତ୍ରୁପ୍ତ ମିଶ୍ରଙ୍କୁ । ସନ୍ତୃପ୍ତ ମିଶ୍ରଙ୍କୁ ଏହି ପଦବୀ ଦିଆଯିବା ପରେ ପୁଣି ଥରେ ପାଣ୍ଡିଆନଙ୍କୁ ନେଇ ରାଜନୀତି ସରଗରମ ହୋଇଛି । ଚର୍ଚା ହଉଛି ସନ୍ନ୍ୟାସ ନେଇ ବି ପଣ୍ଡିଆନ ପୁଣି ବିଜେଡି ମଙ୍ଗ ସମ୍ଭାଳିବେ । କିନ୍ତୁ ସନ୍ତୃପ୍ତଙ୍କୁ ନବୀନ ଙ୍କ ନିକଟରେ ରଖିବା ପଛରେ କିଛି ବଡ଼ କାରଣ ଥାଇପାରେ । ପ୍ରଥମ କଥା ହେଲା ସନ୍ତୃପ୍ତ ନୂଆ କରି ରାଜନୀତିକୁ ଆସିଥିବାରୁ ଦଳ ଭିତରେ ତାଙ୍କ ସହ କାହାର କିଛି ମତାନ୍ତର କି ମନାନ୍ତର ହୋଇନାହିଁ। ଦଳର ସମସ୍ତ ନେତାଙ୍କୁ ଯଦି ତାଙ୍କୁ ଭେଟିବାକୁ ସୁଯୋଗ ଦିଆଯାଏ ତେବେ ସବୁ କଥା ନବୀନ ସିଧା ସଳଖ ଜାଣିପାରିବେ । କାହିଁକି ନା ଗତ ନିର୍ବାଚନରେ ପରାଜୟର ଏକ ପ୍ରମୁଖ କାରଣ ଥିଲା ସୁପ୍ରିମୋ ଙ୍କୁ ଦଳର ନେତା ମାନେ ନିଜ କଥା କହି ନ ପାରିବା। ଯେଉଁଥିରେ ବାଧକ ସାଜିଥିଲେ ନିଜେ ପଣ୍ଡିଆନ। ଆଉ ପଣ୍ଡିଆନ ନିଜର ସେହି ଭୁଲକୁ ଆଉ ଥରେ ଦୋହରାଇଁବେ ନାହିଁ । ଅଫିସର ସାହି ଛାଡି ଜନ ନେତା ଶୈଳୀ ଆପଣାଇବାକୁ ଏହା ଏକ ଯୋଜନା ହୋଇଥାଇପାରେ । ଆଉ ଏସବୁ କାରଣ ପାଇଁ ସଂତୃପ୍ତଙ୍କୁ ବଛା ଯାଇଥାଇପରେ । ଅନ୍ୟପଟେ ମିଡ଼ିଆ ଦାୟିତ୍ଵରୁ ମାନସ ମଙ୍ଗରାଜଙ୍କୁ ବି ହଟାଇ ଦିଆଯାଇଛି । ଦଳର ବରିଷ୍ଠଙ୍କୁ ରାଜ୍ୟ ବିଜେପିକୁ ଘେରିବାକୁ ପ୍ରବକ୍ତା ଭାବେ ଦାୟିତ୍ଵ ଦିଆ ଯାଇଛି। ବିଜେଡିର ଏ ନୂଆ ରୂପକୁ ଦେଖି ବିରୋଧୀ କହୁଛନ୍ତି ଏଥର ବିଜେଡିର ବିନାଶ ହେବା ନିଶ୍ଚିତ । କାହିଁକି ନା ଦଳର ଦ୍ଵିତୀୟ କ୍ଷମତା କେନ୍ଦ୍ରରେ ରହିଲେ ସନ୍ତ୍ରୁପ୍ତ ମିଶ୍ର । ତେଣୁ ପାଣ୍ଡିଆନଙ୍କୁ ନେଇ ଯେଉଁ ବିଦ୍ରୋହ ଭିତରେ ଭିତରେ ଚାଲିଥିଲା ସେଥିରେ କୁଆଡେ ଟିକେ ଘିଅ ପଡ଼ିଛି ଆଉ ତାହା ଏବେ ହୁତୁ ହୁଟୁ ହୋଇ ଜଳିବ । ଆଉ ସେହି ନିଆଁରେ କୁଆଡେ ବିଜେଡି ଜଳି ପୋଡ଼ି ଛାରଖାର ହୋଇଯିବ । କିନ୍ତୁ ବାସ୍ତବରେ ପରାଜୟର ଜ୍ୱାଳାରେ ଯନ୍ତ୍ରଣା ଭୋଗୁଥିବା ବିଜେଡି ଯେ ସେମିତି କିଛି ଭୁଲ କରିବ ତାହା ଏବେ କହିବା ଠିକ୍ ହେବ ନାହିଁ । ଯେହେତୁ ପୂର୍ବରୁ ଯେଉଁ ପଣ୍ଡିଆନଙ୍କୁ ନେଇ ଦଳ ଚାଲିଥିଲା ଏବେ ସେହି ରାସ୍ତାରେ ଚାଲିଲାଣି ତେଣୁ ନିଶ୍ଚିତ ଭାବେ ଏହା ପଛରେ ଏକ ଠୋସ କାରଣ ଥିବ । ଆଉ ଯେ ପର୍ଯ୍ୟନ୍ତ ନୂଆ ସାଂଗଠାନିକ ଦାୟିତ୍ଵ ଦିଆ ନ ଯାଇଛି ସେ ପର୍ଯ୍ୟନ୍ତ ଏହାକୁ ନେଇ କିଛି ଆକଳନ କରିବା ଭୁଲ ହେଇପାରେ । ବର୍ତ୍ତମାନ ଯେଉଁ ପ୍ରବକ୍ତା ମଣ୍ଡଳୀ ଓ ମିଡ଼ିଆ ସଂଯୋଜକ ନିଯୁକ୍ତ ହେଲେ ତାହା ସ୍ପଷ୍ଟ କରୁଛି ବିଜେଡି ଏକ ବଡ ଆକ୍ରମଣତ୍ମକ ଢଙ୍ଗରେ ରାଜ୍ୟ ବିଜେପିକୁ ଘେରିବାକୁ ଯାଉଛି । ବର୍ତ୍ତମାନ ଯେମିତି ପଣ୍ଡିଆନ ବିରୋଧୀ ହାୱା ଟିକେ ପ୍ରଶମିତ ହେବା ପରେ ପୁଣି ପଣ୍ଡିଆନଙ୍କୁ ଦାୟିତ୍ଵ ଦିଆଗଲା ଠିକ୍ ସେହିପରି ଆଗକୁ ବି ହୋଇପାରେ । ଆହୁରି ବି ଚର୍ଚ୍ଚା ବବି ଦାସଙ୍କ ଭଳି ଯେଉଁମାନେ ବିଭିନ୍ନ ଗୁରୁତ୍ଵ ପୂର୍ଣ୍ଣ ପଦବୀରେ ଥିଲେ ସେମାନେ ପୁଣି ଗୁରୁ ଦାୟିତ୍ଵ ନେଇ ଦଳରେ କାମ କରିବେ । ତେଣୁ ବବି ଙ୍କୁ କ୍ଷମତାରୁ ଦୂରେଇବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ହୁଏତ ଭୁଲ ପ୍ରମାଣିତ ହୋଇପାରେ । କାହିଁକି ଘାଇଲା ବିଜେଡି ଦରମରା ଅବସ୍ଥାରେ ଥିବାରୁ କେବେ ବି ନିଜ ମୃତ୍ୟୁକୁ ଏତେ ସହଜରେ ଗ୍ରହଣ କରିବା ନାହିଁ । ତେଣୁ ଦେଖିବାକୁ ବାକି ରହିଲା ଆଗକୁ ବିଜେଡି କେଉଁ ରଣନୀତି ଅପନାଉଛି

