କହୁଥିଲ ପପୁ, ଏଥର ସମ୍ଭାଳ

Share

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ହାତ ମିଳାଇବା ପରେ ପପୁ ଆଗକୁ କଣ କରିବାକୁ ଯାଉଛି ତାହାକୁ ନେଇ ଏବେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । କଣ ପପୁ ସରକାରଙ୍କୁ ପାଣି ପିଆଇଦେବେ । ରାଜନୀତିରେ ଅଧିକାର ଓ କ୍ଷମତାର ଅପବ୍ୟବହାର ଯେ ଆଗକୁ କମିବ ଏ ନେଇ ଏକ ଆଶା ସଂଚାର ହୋଇଛି । ବିଜେପିକୁ ଭାରତୀୟ ଭୋଟର ପୂର୍ଣ୍ଣ ବହୁମତ ନ ଦେଇ ଗଣତନ୍ତ୍ର ପାଇଁ ଏକ ସୁରକ୍ଷାବଳ ତିଆରି କରିଛନ୍ତି। କିନ୍ତୁ ଏହାରି ଭିତରେ ବୁଡି ଯାଉଥିବା କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭୂମିକା ନିଭାଇବାକୁ ଯାଉଥିବାରୁ ବିଜେପି ତଣ୍ଟିରେ ଏକ ବଡ଼ କଣ୍ଟା ଲାଗିଛି । କାହିଁକି ନା ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ହେବା ପରେ ତାଙ୍କ ପାଖରେ ଏକ କ୍ୟାବିନେଟ୍ ମନ୍ତ୍ରୀଙ୍କ କ୍ଷମତା ରହିବ। ସରକାର ଯାହା କିଛି ଆର୍ଥିକ ନିଷ୍ପତିନେବେ ତାକୁ ରାହୁଲ ଗାନ୍ଧୀ ସମୀକ୍ଷା କରିବେ ।କେବଳ ଯେ ସମୀକ୍ଷା କରିବେ ତା ନୁହେଁ ତାହାକୁ ନେଇ ଗଣମାଧ୍ୟମରେ ଟିପ୍ପଣୀ ରଖି ସରକାରକୁ ଅସ୍ତବ୍ୟସ୍ତ ବି କରି ପାରିବେ । ଉଚ୍ଚସ୍ତରୀୟ ସୁରକ୍ଷା ସହ ସରକାରୀ ସଚିବାଳୟରେ ରାହୁଲଙ୍କ ଅଫିସ ରହିବା ହେତୁ ସେ ସରକାରଙ୍କ ପାଇଁ ଏକ ସର୍ଭେଲାନ୍ସ ରୂପେ କାମ କରିବେ । ସବୁଠୁ ବଡ଼ କଥା ହଉଛି ପୂର୍ବରୁ ବିଜେପି ସରକାର ଯେଭଳି ଭାବେ ଇଡି ଓ ସିବିଆଇର ଦୁରୁପଯୋଗ କରୁଥିଲା ବୋଲି ଅଭିଯୋଗ ହେଉଥିଲା ସେପରି କରିବା ଆଗକୁ ସେତେଟା ସହଜ ହେବ ନାହିଁ । କାହିଁକି ନା ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କାର୍ଯ୍ୟ ପ୍ରକ୍ରିୟାରେ ରାହୁଲ ଜଣେ ସଦସ୍ୟ ରହିବେ ଫଳରେ ସିବିଆଇର ନିର୍ଦ୍ଦେଶକ ଠାରୁ ଆରମ୍ଭ କରି ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତିରେ ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ସହମତି ନେବାକୁ ପଡିବ । ତେଣୁ ବିଜେପି ଯାହାକୁ ପପୁ କହୁଥିଲା ଏବେ ସେହି ପପୁ ହିଁ ସବୁ ପୋଲ ଖୋଲିବାରେ ମୁଖ୍ୟ ଭୂମିକା ନେବ । ଅନ୍ୟପଟେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନରେ ଏମାର୍ଜେନ୍ସିକୁ ନେଇ ଆଗତ ନିନ୍ଦା ପ୍ରସ୍ତାବରେ ବିରୋଧୀଙ୍କ ହୋ ହାଲ୍ଲା ପରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବିରୋଧୀଙ୍କୁ ଗୃହରୁ ବିଦା କରା ନ ଯିବା ସହ ବିରୋଧୀଙ୍କ ସ୍ୱର ନ ଚାପିବା ନେଇ ବାଚସ୍ପତିଙ୍କୁ ଆଶ୍ଵାସନା ମାଗିବା ୧୫୦ ସାଂସଦ ନିଲମ୍ବନ ଘଟଣାକୁ ପୁଣି ଥରେ ସମସ୍ତଙ୍କୁ ମାନେ ପକାଇ ଦେଇଛି। ତେଣୁ ଆଲୋଚନାର ବିକଳ୍ପକୁ ନେଇ ସଂସଦ କିପରି ଚାଲୁଛି ତାହା ଉପରେ ସମସ୍ତଙ୍କ ନଜର ।