ମୁହଁ ଖୋଲିବାକୁ ଡରୁଛନ୍ତି ମୁକେଶ !

Share

ନୂଆ ସରକାରର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ବଲାଙ୍ଗୀର ଜିଲ୍ଲାର ଏକମାତ୍ର ସଂରକ୍ଷିତ ସିଟ୍ ଲୋଇସିଂହାର ବିଧାୟକ ଡ. ମୁକେଶ ମହାଲିଙ୍ଗ । ବଲାଙ୍ଗୀର ଜିଲ୍ଲା ସ୍ୱାସ୍ଥ୍ୟମନ୍ତ୍ରୀ ପାଇଥିବାରୁ ଜିଲ୍ଳାକୁ ସ୍ୱାସ୍ଥ୍ର‌୍ୟ ସେବା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପ୍ରାଧାନ୍ୟତା ମିଳିବ ବୋଲି ପୁରା ଜିଲ୍ଲାବାସୀ ଆଶାବାଦୀ । ଗତ ସରକାର ସମୟରେ ବର୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜୟନାରାୟଣ ମିଶ୍ରଙ୍କ ସମେତ ସରକାରଙ୍କୁ କଡା ସମାଲୋଚନା କରିବା ଦିଗରେ ଏକ ପ୍ରମୁଖ ଭୂମିକା ନିଭାଉଥିଲେ ବର୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ରମନ୍ତ୍ରୀ ହେବା ପରେ ପ୍ରଥମ ଜିଲ୍ଲା ପରିଷଦ ବୈଠକରେ ଯୋଗଦେବାକୁ ବଲାଙ୍ଗୀର ଗସ୍ତରେ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମିଟିଂ ସରିବା ପରେ ଆଗଧାଡିର କିଛି ମେନ୍‌ଷ୍ଟ୍ରିମ ମିଡିଆକୁ ମିଟିଂରେ ହୋଇଥିବା ବିଭିନ୍ନ ଆଲୋଚନା ସମ୍ବନ୍ଧରେ ପ୍ରତିକ୍ରିୟା ରଖିଥିଲେ । ସ୍ୱାସ୍ଥ୍ରମନ୍ତ୍ରୀ କହିଛନ୍ତି, ବଲାଙ୍ଗୀର ଜିଲ୍ଲା ଏକ ପଛୁଆ ଜିଲ୍ଲାଭାବେ ପରିଗଣିତ ହୋଇଆସୁଛି । ତେଣୁ ଆଗାମୀ ଦିନରେ ବଲାଙ୍ଗୀରକୁ ବିକଶିତ ଜିଲ୍ଲାରେ ପରିଣତ କରିବାକୁ ସବୁ ପ୍ରକାର ଚେଷ୍ଟା କରାଯିବ । ଏନେଇ ଗୋଟିଏ ସଂକଳ୍ପ ହୋଇଥିବା କହିଥିଲେ ମନ୍ତ୍ରୀ । ଏପରିକି ୧୦୦ ଦିନର ଯେଉଁ ପ୍ରୋଗ୍ରାମ ସବୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରଖିଛନ୍ତି ତା ଭିତରେ ବଲାଙ୍ଗୀର ଜିଲ୍ଲାର ଅନେକ କାର୍ଯ୍ୟକ୍ରମକୁ ସାମିଲ କରାଯିବ ବୋଲି କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ଜଳସେଚନ ଉପରେ ବଲାଙ୍ଗୀର ଜିଲ୍ଳା ପାଇଁ ଅଧିକ ଗୁରୁତ୍ୱ ଦେବେ ବୋଲି କହିଥିଲେ । ଯେହେତୁ ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ରମନ୍ତ୍ରୀ ଅଛନ୍ତି ତେଣୁ ସେଠରେ ଉପସ୍ଥିତ ଥିବା ମୁଖ୍ୟସ୍ରୋତ ଗଣମାଧ୍ୟମର ଜଣେ ପ୍ରତିନିଧି ପ୍ରଶ୍ନ କରିଥିଲେ ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ କ’ଣ ସବୁ ନିଷ୍ପତି ନିଆଗଲା । କିନ୍ତୁ ଏ ପ୍ରଶ୍ନର ଉତର ସ୍ୱାସ୍ଥ୍ର‌୍ୟମନ୍ତ୍ରୀଙ୍କ ଠାରୁ ଠିକ୍ ସେ ମିଳିପାରିନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଜିଲ୍ଳା ପରିଷଦ ହେଉଛି ଜିଲ୍ଲାର ଆସେମ୍ବଲି । ଏଠାରେ ବିଭିନ୍ନ ପ୍ରସ୍ତାବମାନ ଆଲୋଚିତ ହୋଇ ସରକାରଙ୍କ ନିକଟରେ ଉପସ୍ଥାପିତ ହେବ ଓ ସରକାର ସେସବୁକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିମାନ ନେବେ । କିନ୍ତୁ ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ର‌୍ୟମନ୍ତ୍ରୀ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଲେ ନାହିଁ କାହିଁକି ? ମନ୍ତ୍ରୀ ତ ନିଜେ ଉପସ୍ଥିତ ଥିଲେ କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟସେବା ସମ୍ପର୍କିତ ନିଷ୍ପତି ସମ୍ବନ୍ଧରେ ସାଧାରଣରେ କହିବାକୁ ଭୟ କଲେ କାହିଁକି ? ଏ ପ୍ରଶ୍ନ ଏବେ ପୁରା ବଲାଙ୍ଗୀରବାସୀଙ୍କୁ ଘାରିଛି । ଏହାପରେ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ମଧ୍ୟ ସାମ୍ବାଦିକ ପ୍ରଶ୍ନ କରିଥିଲେ କିନ୍ତୁ ମେଡିକାଲ କଲେଜ ସମ୍ବନ୍ଧରେ ପଦୁଟିଏ ବି କହିଲେନି ସ୍ୱାସ୍ଥ୍ରମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହାସିହତ ବଲାଙ୍ଗୀରରେ ମେଡିକାଲ ପରିସରକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ନିଷେଧାଜ୍ଞା ଜାରି ବିଷୟରେ ପଚରାଯାଇଥିଲା । କିନ୍ତୁ ପୂର୍ବ ସରକାର ଉପରେ ଦୋଷ ଲଦି ଏ ପ୍ରଶ୍ନକୁ ବି ଆଡେଇ ଯାଇଥିଲେ ମୁକେଶ ମହାଲିଙ୍ଗ । ସବୁଠୁ ବଡ କଥା ହେଉଛି ବଲାଙ୍ଗୀର ଜିଲ୍ଳାରେ ଜଣେ ମୁକ୍ତ ସାମ୍ବାଦିକ ଯିଏ କି ବିଭିନ୍ନ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ବେଶ୍ ଚର୍ଚ୍ଚିତ ଅଛନ୍ତି । ସେହି ସାମ୍ବାଦିକ ଜଣକ ମଧ୍ୟ ସ୍ୱାସ୍ଥ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ସମୟ ମାଗିଥିଲେ । ଯେଉଁ ସମୟରେ ସେ ଭେଟିଥିଲେ ସେତେବେଳେ ତାଙ୍କୁ ପ୍ରତିକ୍ରୟା ଦିଆନଯାଇ ବୈଠକ ପରେ ପ୍ରତିକ୍ରିୟା ଦେବେ ବୋଲି କୁହାଯାଇଥିଲା । ବୈଠକ ଶେଷ ପରେ ଉକ୍ତ ମୁକ୍ତ ସାମ୍ବାଦିକ ପ୍ରତିକ୍ରିୟା ନେବାକୁ ଚେଷ୍ଟା କଲାବେଳେ ସ୍ୱାସ୍ଥ୍ର‌୍ୟମନ୍ତ୍ରୀ ତାଙ୍କୁ ଟପିକ୍ ବିଷୟରେ ପଚାରିଥିଲେ । ଏପରିକି ସେହି ମୁକ୍ତ ସାମ୍ବାଦିକଙ୍କୁ କୌଣସି ପ୍ରତିକ୍ରିୟା ନ ଦେଇ ଏଡାଇ ଚାଲିଯାଇଥିଲେ । ଏହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଲୋଚନା ହେଉଛି ପ୍ରଥମେ ସ୍ୱାସ୍ଥ୍ର‌୍ୟମନ୍ତ୍ରୀ ଜିଲ୍ଲାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁସବୁ ପ୍ରଶ୍ନ ସାମ୍ବାଦିକ ପଚାରିଥିଲେ ତାହାର ତ ଉତର ଠିକ୍ ସେ ଦେଲେ ନାହିଁ । ଅନ୍ୟପଟେ ଜଣେ ମୁକ୍ତ ସାମ୍ବାଦିକଙ୍କୁ ବିଲକୁଲ ପ୍ରତିକ୍ରିୟା ଦେବାକୁ ମନା କରିଦେଲେ । ମୁକ୍ତ ମିଡ଼ିଆକୁ ସ୍ଥାସ୍ଥ୍ୟମନ୍ତ୍ରୀ ଏତେ ଭୟ କାହିଁକି କରୁଛନ୍ତି ବୋଲି ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଗଲାରି । ଅର୍ଥାତ ସରକାରକୁ ଆସିବା ପରେ ସ୍ୱାସ୍ଥ୍ର‌୍ୟାବସ୍ଥାକୁ ନେଇ ମୁହଁ ଖୋଲିବାକୁ ଚାହୁଁନାହାନ୍ତି ସ୍ୱାସ୍ଥ୍ରମନ୍ତ୍ରୀ । ତେଣୁ ଆଗାମୀ ଦିନରେ ରାଜ୍ୟ ତଥା ଜିଲ୍ଲାରେ ସ୍ୱାସ୍ଥ୍ର‌୍ୟ ସେବା କ୍ଷେତ୍ରରେ ସେମିତି କିଛି ବିଶେଷ ପରିବର୍ତନ ଦେଖିବାକୁ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଯଥା ପୂର୍ବଂ ତଥା ପର ନ୍ୟାୟରେ ରାଜ୍ୟରେ ସ୍ୱାସ୍ଥ୍ର‌୍ୟସେବା କାର୍ଯ୍ୟ କରିବ ବୋଲି କୁହାଯାଉଛି ।