୧୯୭୫ ମସିହା ରଥ ଯାତ୍ରାରେ କୁଆଡେ ଏମିତି ଦାରୁ ଢଳି ପଡ଼ିଥିଲେ । ଯାହା ଏମର୍ଜେନ୍ସୀ ଭଳି ଏକ ବିପତ୍ତିର ପୂର୍ବ ସୂଚନା ଥିଲା । ସେତେବେଳେ ବିଜେପିକୁ ଏଥି ପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା । ୨୦୨୪ ରେ କେନ୍ଦ୍ରରେ ବି ବିଜେପି ସରକାର ଓଡ଼ିଶାରେ ବି ବିଜେପି ସରକାର । ଏଭଳି ଏକ ସମୟରେ ବଡ଼ ଠାକୁର ଚାରମାଳରୁ ତଳକୁ ଆପେ ଆପେ ଖସି ଆସିବା ନିଶ୍ଚିତ ଭାବେ ଏକ ବଡ଼ ବିପତ୍ତିର ପୂର୍ବ ସୂଚନା ହୋଇଥାଇପାରେ । ଆଇନ ମନ୍ତ୍ରୀ କିନ୍ତୁ ବେଫିକର। ଜଗନ୍ନାଥଙ୍କ ସହ ୯୦ %ରୁ ଅଧିକ ଓଡ଼ିଆ ତଥା ଅନେକ ଅଣ ଓଡ଼ିଆ ଓ ବିଦେଶୀ ଭକ୍ତ ଭାବାବେଗ ଯୋଡ଼ି ହୋଇଥିବା ବେଳେ ବଡ଼ ଠାକୁର ପଡ଼ିଯିବା ଘଟଣାକୁ ଠାକୁରଙ୍କ ଲୀଳା କହି ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବିଜେଡି କହିଛି । ଆଇନ ମନ୍ତ୍ରୀ ହିସାବରେ ସେ କଣ ଅବଗତ ନ ଥିଲେ କି ଗତ ରଥଯାତ୍ରାରେ ମଧ୍ୟ କାଳିଆ ଠାକୁର ଟିକେ ଢଳି ପଡ଼ିଥିଲେ । ଏବଂ ଏଥର ସେମିତି ଆଶଙ୍କା କରି ଆଗୁଆ ପଦକ୍ଷେପ ନେଇ ରଥ ଯାତ୍ରା ପୂର୍ବରୁ ଆଲୋଚନା କରିଥିଲେ କି ? ତାହେଲେ ନୂଆ ସରକାର ଆସି କଣ ଅଧିକ କରିବାକୁ ଚେଷ୍ଟା କରିଛନ୍ତି । ସେହିପରି ନୂଆ ସରକାର ରଥ ଯାତ୍ରାର ସବୁ ନୀତି କାନ୍ତି ସୁରୁଖୁରୁରେ ହେବା ନେଇ ଘନ ଘନ ବୈଠକ କରିଥିଲେ । କିନ୍ତୁ ସେଦିନ ନୀତି କାନ୍ତିରେ ବିଭ୍ରାଟ ହୋଇଥିଲା ବୋଲି ଜଣେ ବରିଷ୍ଠ ସେବାୟତ ସ୍ବୀକାର କରିଥିଲେ ବି ଏଭଳି ଘଟଣାକୁ ପ୍ରଭୁଙ୍କ ଲୀଳା କହିବା ପୂର୍ବରୁ ନୀତି କାନ୍ତି ରେ ବିଭ୍ରାଟ କୁ ନେଇ ସ୍ପଷ୍ଟି କାରଣ ରଖିଲେ ନାହିଁ କାହିଁକି । ନା ନିଜର ପରିଚାଳନା ଗତ ଦୁର୍ବଳତାକୁ ଲୁଚେଇବା ପାଇଁ ଆଇନ ମନ୍ତ୍ରୀ ଜାଣିଶୁଣି ଏଭଳି ମନ୍ତବ୍ୟ ଦେଇଛନ୍ତି । ଫଳରେ ସମସ୍ତଙ୍କ ନଜର ତାଙ୍କ ବିବୃତି କୁ ନେଇ ହେବ । ଫଳରେ ନିତିକାନ୍ତି ବିଭ୍ରାଟ କଥା ଅଧିକ ଆଲୋଚିତ ହେବ ନାହିଁ । ଏତେ ସବୁ ବ୍ୟବସ୍ଥା ପରେ ବି ଶ୍ରୀଗୁଣ୍ଡିଚା ଦିନ ନୀତି ନିର୍ଘଣ୍ଟ ଅନୁସାରେ ନ ହୋଇ ବ୍ୟତିକ୍ରମ ହେଲା କିପରି ? ଏହି ବ୍ୟତିକ୍ରମ ଏଭଳି ଘଟଣାର କାରଣ ହୋଇଥାଇପାରେ । ତେଣୁ ଏ କଥା ସରକାର ସ୍ବୀକାର କରିବା ପରିବର୍ତ୍ତେ ଠାକୁରଙ୍କ ଲୀଳା କହି ଘଟଣାକୁ ଆଡେଇ ଯିବା ନୂଆ ସରକାରଙ୍କ ଆଭିମୁଖ୍ୟକୁ ପଦାରେ ପକାଇଛି । ସେହିପରି ଜଗନ୍ନାଥ ସେନାର ପ୍ରିୟ ଦର୍ଶନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଯେ ଶ୍ରୀମନ୍ଦିର ପୁରୀ ପ୍ରଶାସକ ଅଘଟଣ ସମୟରେ କେଉଁଠି ଥିଲେ । ଅନେକ ଅଣଓଡ଼ିଆ ଜଗନ୍ନାଥଙ୍କର ଭକ୍ତ ହୋଇଥିଲେ ବି ପୁରୀ ପ୍ରଶାସନ ର ମୁଖ୍ୟ ଭାବେ ଜଣେ ଓଡ଼ିଆ ଙ୍କୁ ନିଯୁକ୍ତି ଦେବା କଥା । ଏପରିକି ଶ୍ରୀଗୁଣ୍ଡିଚା ଦିନ ନୀତି ନିର୍ଘଣ୍ଟରେ ହୋଇଥିବା ବିଭ୍ରାଟକୁ ନେଇ ମୁଖ୍ୟ ପ୍ରଶାସକ ଙ୍କୁ ପଚରା ଯାଇଥିଲେ ବି ସେ କିଛି ନ କହି ଚୁପ ରହିଥିବା ଅଭିଯୋଗ ହୋଇଛି । ତେଣୁ ଓଡିଆ ଅସ୍ମିତା କଥା କହି ନିର୍ବାଚନ ଜିତିଥିବା ଓଡ଼ିଶା ବିଜେପି କିପରି ଏଭଳି ଭୁଲ କଲେ। ଯେଉଁ ଅଧିକାରୀ ପୁରୀ ମନ୍ଦିର ଦାୟିତ୍ୱରେ ଅଛନ୍ତି ତାଙ୍କୁ ରାଜଧାନୀରେ ବି ଅନେକ ଦାୟିତ୍ଵ ଦିଆଯାଇଛି । ତେଣୁ ଏ ନୂଆ ସରକାର ଜଗନ୍ନାଥଙ୍କୁ ନେଇ କେତେ ସମ୍ବେଦନଶୀଳ ତାକୁ ନେଇ ନୂଆ ସରକାର ଙ୍କ ଉପରେ ପ୍ରଶ୍ନ ଉଠିଲାଣି । ତେଣୁ ଆଗାମୀ ଦିନରେ ଏ ପ୍ରସଙ୍ଗ ବିଜେପିକୁ କେଉଁଠି ଛାଡ଼ିବ ତାହା ଦେଖିବାକୁ ବାକି ରହିଲା । ସେହିପରି ବଡ଼ ଠାକୁର ଦେଶ ତଥା ରାଜ୍ୟର କେଉଁ ବିପତ୍ତିକୁ ନେଇ ସଂକେତ ଦେଇଛନ୍ତି ତାହା ଉପରେ କିଏ କେତେ ତତ୍ପର ହେଉଛନ୍ତି ତାହା ବି ଦେଖିବାକୁ ବାକି ରହିଲା ।